ନୂଆଦିଲ୍ଲୀ: କୋରୋନା ସଂକଟ ଜାରି ରହିଥିବା ସମୟରେ ଭାରତୀୟଙ୍କ ଲାଗି ଆସିଛି ଖୁସିଖବର। ଏକ ସର୍ବେକ୍ଷଣରୁ ଜଣାପଡିଛି ଭାରତୀୟଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ ଭଲ ଏବଂ ସେଥିପାଇଁ ଭାରତର ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି କରୋନା ସହିତ ଲଢେବା କରିବାରେ ସକ୍ଷମ ଅର୍ଥାତ ଦେଶର ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତିଙ୍କ ନିକଟରେ ରହିଛି ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି।
ଏହି ସୂଚନା ଦେଶର ଏକ ଜାତୀୟସ୍ତରର ବେସରକାରୀ ଲାବୋରେଟୋରୀ ପରୀକ୍ଷାଗାରରୁ ମିଳିଛି। ଦେଶର ଅନେକ ପ୍ରମୁଖ ଗବେଷଣା ଅନୁଷ୍ଠାନ ଏବଂ ସହରର ସିଭିଲ୍ କର୍ପୋରେସନ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏ ସମ୍ପର୍କିତ ତଥ୍ୟ ହସ୍ତଗତ ହୋଇଛି। ଏଥିଲାଗି ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ଏବଂ ସହରରେ ସୀରୋ ସର୍ଭେ କରାଯାଇଥିଲା।
ସୀରୋ ସର୍ଭେ ଦ୍ୱାରା ଶରୀରରେ କୌଣସି ସଂକ୍ରମଣ ସମୟରେ ଆଣ୍ଟିବଡି ବିକଶିତ ହୋଇଛି ନା ନାହିଁ ସେ ନେଇ ପରୀକ୍ଷା କରାଯାଇଥାଏ। ଏହ ପରୀକ୍ଷା ଜଣେ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷାରୁ ଆରମ୍ଭ ହୋଇଥାଏ। ଅନେକ ମାମଲା ମଧ୍ୟ ଏହା ଦେଖିବାକୁ ମିଳିଛି ଯେଉଁଥିରେ ବ୍ୟକ୍ତିଙ୍କ ସୁଦୃଢ ରୋଗ ପ୍ରତିରୋଧକ ଶକ୍ତି ସତ୍ତ୍ୱେ, ସେ କୋରୋନାରେ, ସଂକ୍ରମିତ ହୋଇଛନ୍ତି କି ନାହିଁ। ହେଲେ ସୀରୋ ମାଧ୍ୟମରେ ଏହା ଜଣା ପଡିଥାଏ ଜଣେ ଲୋକ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି କେତେ ମଜବୁତ।
ଦିଲ୍ଲୀ-ମୁମ୍ବାଇ-ପୁଣେ ସହରରେ ହୋଇସାରିଛି ସୀରୋ ସର୍ଭେ ପରୀକ୍ଷା
ଏହି ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରୁ ଏହା ଜଣାପଡିଛି ପୁଣେର କିଛି ଅଞ୍ଚଳରେ ୫୦% ରୁ ଅଧିକ ସେରୋ-ପଜିଟିଭିଟି ମିଳିଛି। ଏହା ସହିତ ମୁମ୍ବାଇରେ ଅବସ୍ଥିତି ବସ୍ତିରେ ୫୭% ସେରୋ-ପଜିଟିଭିଟି ରିପୋର୍ଟ ହୋଇଥିବା ବେଳେ ଦେଶର ରାଜଧାନୀରେ ମଧ୍ୟ ୨ 3% ସେରୋ-ପଜିଟିଭିଟି ଦେଖିବାକୁ ମିଳିଛି।